ପାକିସ୍ତାନ ଉପରେ ଜଳ ପ୍ରହାର, ଚେନାବ ନଦୀରେ ପାଣି ବନ୍ଦ କଲା ଭାରତ
ଶ୍ରୀନଗର (ସଂକେତ ଟିଭି): ପାକିସ୍ତାନ ଉପରେ ଭାରତ ପୁଣି ଥରେ ଜଳ ପ୍ରହାର କରିଛି । ଭାରତ ସିନ୍ଧୁ ନଦୀ ପରେ ଏବେ ଚେନାବ ନଦୀର ଜଳ ପ୍ରବାହ ବନ୍ଦ କରି ଦେଇଛି । ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ ଅବସ୍ଥିତ ବାଗ୍ଲିହର ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରାଯାଇଛି, ଯାହାଫଳରେ ପାକିସ୍ତାନକୁ ଯାଉଥିବା ଚେନାବ ନଦୀ ଶୁଖିଲା ପଡିଛି । ଏହାର ପ୍ରଭାବ ପାକିସ୍ତାନର ଚାଷ କ୍ଷେତ୍ର ଉପରେ ପଡିବ ବୋଲି ଆଶଙ୍କା ରହିଛି ।
ଅନ୍ୟ ଡ୍ୟାମ୍ ମଧ୍ୟ ବନ୍ଦ ହେବାର ଯୋଜନା
ଭାରତ ସରକାର କେବଳ ବାଗ୍ଲିହର ଡ୍ୟାମ୍ ନୁହେଁ, ଝେଲମ ନଦୀରେ ଅବସ୍ଥିତ କ୍ରିଷ୍ଣାଗଙ୍ଗା ଡ୍ୟାମ୍ ମଧ୍ୟ ବନ୍ଦ କରିବାକୁ ଯୋଜନା କରିଛନ୍ତି । ଏହାସହିତ ଜାମ୍ମୁ-କାଶ୍ମୀରର ସାଲାଲ ଡ୍ୟାମର ଗେଟ୍ଗୁଡିକ ବନ୍ଦ କରାଯାଇଛି, ଯାହାଦ୍ୱାରା ଚେନାବ ନଦୀର ଜଳସ୍ତର ହ୍ରାସ ପାଇଛି । ଭାରତ ସରକାରଙ୍କ ଏହି ପଦକ୍ଷେପ ପାକିସ୍ତାନ ପ୍ରତି ଏକ ଦୃଢ଼ ସଂଦେଶ ବୋଲି ବିଶ୍ଳେଷକମାନେ କହୁଛନ୍ତି ।
ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା
ଭାରତର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସମର୍ଥନ ଜଣାଇଛନ୍ତି । ଜଣେ ନଦୀ କୂଳିଆ ବାସିନ୍ଦା କହିଛନ୍ତି, “ଆମେ ଖୁସି ଯେ ଭାରତ ସରକାର ପାକିସ୍ତାନକୁ ପାଣି ଛାଡିବା ବନ୍ଦ କରି ଦେଇଛନ୍ତି । ପହଲଗାମ ଆକ୍ରମଣର ଏହା ଏକ ଉଚିତ ଜବାବ ।” ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ମାତ୍ର ପାକିସ୍ତାନକୁ ପାଣି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
#WATCH | Jammu and Kashmir: Latest visuals from Reasi, where all gates of Salal Dam on Chenab River are closed. pic.twitter.com/rqaimJ0mq6
— ANI (@ANI) May 5, 2025
#WATCH | Jammu and Kashmir: The Chenab River witnessed a significant drop in water levels in the Reasi district after the closure of gates at the Salal Dam. pic.twitter.com/FITFjKxc8F
— ANI (@ANI) May 5, 2025