ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ମମତା ବାନାର୍ଜୀ
କୋଲକାତା (ସଂକେତ ଟିଭି): ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁହଁ ଖୋଲିଛନ୍ତି । ତାଙ୍କ ମତରେ, ଜଗନ୍ନାଥ ମନ୍ଦିର ସବୁଠି ନିର୍ମାଣ ହୋଇପାରେ ଏବଂ ଏଥିପାଇଁ କୌଣସି ବିବାଦ ଆବଶ୍ୟକ ନାହିଁ ।
ମମତା କହିଛନ୍ତି, “ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉଛୁ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଯେପରି ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ମଧ୍ୟ ସବୁଠି ଅଛି । ସବୁ ମନ୍ଦିର ସବୁ ସ୍ଥାନରେ ନିର୍ମାଣ ହୋଇପାରେ ।”
ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରି ମମତା କହିଛନ୍ତି, “ବିଜେପି ଯାହା କରୁଛି, ଆମେ ତାହାକୁ ପ୍ରଶ୍ନ କରୁନାହିଁ । ତେବେ ତାଙ୍କର ଏତେ ରାଗ କାହିଁକି?”
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା । ମନ୍ଦିରର ନାମକୁ ନେଇ ଆଲୋଡ଼ନ ହେବା ସହିତ ପରେ ପୁରୀ ଶ୍ରୀମନ୍ଦିରର ନବକଳେବର ଅବଶିଷ୍ଟ କାଠରେ ଦୀଘାରେ ତିଆରି ହୋଇଥିବା ତିନି ଠାକୁରଙ୍କୁ ନେଇ ମଧ୍ୟ ବିବାଦ ଉପୁଜିଥିଲା । ଏହି ଘଟଣାରେ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସମ୍ପୃକ୍ତି ଥିବାରୁ ସେ ବିବାଦର କେନ୍ଦ୍ରବିନ୍ଦୁରେ ପହଞ୍ଚିଛନ୍ତି ।
ଏହି ବିବାଦର ପ୍ରଭାବ ପର୍ଯ୍ୟଟନ ଉପରେ ପଡିଛି । ସୋସିଆଲ ମିଡିଆରେ ପୁରୀକୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନ ଆସିବାକୁ କେତେକ ଲୋକ ଅଭିଯାନ ଚଲାଇଛନ୍ତି । “ହାସଗ୍ୟାଗ୍ ବୟକଟ୍ ପୁରୀ ଟୁରିଜିମ୍” ବୋଲି ଏକ୍ସ (ପୂର୍ବର ଟ୍ୱିଟର୍)ରେ ଏକ ଟ୍ରେଣ୍ଡ ଚାଲିଛି । ଏହାକୁ ଓଡ଼ିଶା ବିରୁଦ୍ଧରେ ପଡୋଶୀ ରାଜ୍ୟର ଷଡଯନ୍ତ୍ର ବୋଲି କୁହାଯାଉଛି ।
#WATCH | Howrah: On Digha Jagannath Temple controversy, West Bengal CM Mamata Banerjee says "We respect the temple in Puri and we also respect Jagannath Dham. Kaali Temple and Gurdwaras are everywhere across the country. Temples are there in all places…Why is there so much… pic.twitter.com/XSZZaWyFkR
— ANI (@ANI) May 5, 2025