FeaturedGeneralLatest

ପାକିସ୍ତାନ ବିରୋଧରେ ଭାରତକୁ ଦୃଢ଼ ସମର୍ଥନ ଜଣାଇଲା ରୁଷ

ନୂଆଦିଲ୍ଲୀ (ସଂକେତ ଟିଭି): ପାକିସ୍ତାନ ବିରୋଧରେ ଭାରତର ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୁଷ ଦୃଢ଼ ସମର୍ଥନ ଜଣାଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଭାରତର ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାୟ ଦୁଇ ସପ୍ତାହ ପରେ ଏହି ସମର୍ଥନ ମିଳିଛି ।

ଏହାପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନର ଅଧିକାରକୁ ସ୍ୱୀକୃତି ଦେଇଥିଲେ। ମାତ୍ର, ସେ ସ୍ପଷ୍ଟ କରିଥିଲେ ଯେ ଏହା ଯେପରି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ନହୁଏ, ସେଥିପାଇଁ ଉଭୟ ଦେଶ ସତର୍କ ରହିବା ଆବଶ୍ୟକ।

ପୁଟିନ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଜଣାଇ ନିଜର ପ୍ରତିବଦ୍ଧତା ପୁନରାବୃତ୍ତି କରିଛନ୍ତି। ସେ ପହଲଗାମ ଆକ୍ରମଣକୁ କଠୋର ଭାବେ ନିନ୍ଦା କରି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ପ୍ରବକ୍ତା ରଣଧୀର ଜୟସ୍ୱାଲ ଟ୍ୱିଟରରେ ଲେଖିଛନ୍ତି ଯେ, ଆଲୋଚନା ସମୟରେ ପୁଟିନ ଜୋର ଦେଇ କହିଛନ୍ତି ଯେ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବା ଉଚିତ୍।

ଭାରତ ଏବେ ତା’ର ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପାଇଁ ଜରୁରୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଚାଲିଛି। ରୁଷ ଏବଂ ଆମେରିକାର ଭଳି ପ୍ରମୁଖ ଶକ୍ତିଗୁଡ଼ିକର ସମର୍ଥନ ଭାରତର ମୋରାଲକୁ ବଢ଼ାଇବାରେ ସହାୟକ ହୋଇଛି।