FeaturedLatestNews

ନାଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ, ୨୦ ଆହତ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ସହରର ନୁଣିଆଯୋଡ଼ି ପୋଲ ନିକଟରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ପରେ ଗୋଟିଏ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ସୂଚନା ଜଣାପଡ଼ିଛି।

ସୂଚନା ଅନୁସାରେ ବିଚିତ୍ରପୁରରୁ ବାଲେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ନୁଣିଆଯୋଡି ନିକଟରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଓଲଟି ପଡି ନାଳକୁ ଖସିପଡ଼ିଛି। ଦୁର୍ଘଟଣାରେ ବସରେ ଥିବା ପ୍ରାୟ ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି।

ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ।