CrimeLatestNews

ଘରେ ପଶି ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ସୁନା ଅଳଙ୍କାର ଓ ୨ଲକ୍ଷ ଟଙ୍କା ଲୁଟ୍

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡାଲଙ୍ଗ ଗ୍ରାମରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ୨ ଲକ୍ଷ ଟଙ୍କା ଲୁଣ୍ଠନ କରିଛନ୍ତି। ଏହି ଘଟଣାରେ କ୍ରାନ୍ତି କୁମାର ଦାସ ଗୁରୁତର ଭାବରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, କ୍ରାନ୍ତି କୁମାରଙ୍କ ଘରେ ତାଙ୍କ ସହିତ ବୃଦ୍ଧା ମା’ ଓ ଭଉଣୀ ରହୁଥିଲେ। ରାତିରେ ୮ ଜଣ ଦୁର୍ବୃତ୍ତ ଘର କବାଟ ଭାଙ୍ଗି ଭିତରେ ପ୍ରବେଶ କରି ପରିବାର ସଦସ୍ୟଙ୍କୁ ହାତ ବାନ୍ଧି ଦେଇ ଧାର୍ଯ୍ୟସ୍ଥଳୀ ଲୁଟିନେଲେ। ଲୁଟ ପରେ ଦୁର୍ବୃତ୍ତମାନେ ଘର କବାଟ ବାହାରପଟୁ ବନ୍ଦ କରି ପଳାୟନ କରିଛନ୍ତି।

ଘଟଣା ପରେ ପୁଲିସ ତନାଘନା ଆରମ୍ଭ କରିଛନ୍ତି। ସୂତ୍ରରୁ ଜଣାଯାଇଛି ଯେ, ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବାର ଦେଖାଯାଇଛି। ଏହାପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଜଣେ ଜୁଏଲାରି ମାଲିକଙ୍କ ଘରୁ ସେମାନେ ଲୁଣ୍ଠନ କରିଥିଲେ। ତେବେ ପୁଲିସ କାହାକୁ ଧରିବାରେ ସଫଳ ହୋଇପାରିନାହିଁ।