FeaturedGeneralLatest

ଅଭି ପିକ୍ଚର ବାକି ହେ : ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ (ସଂକେତ ଟିଭି): ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନକୁ ଏକ ଶକ୍ତିଶାଳୀ ଝଟକା ଦେଇଛି। ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ସମ୍ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନକୁ ଭାରତ ସରକାର ନାମ ଦେଇଛନ୍ତି ଅପରେସନ ସିନ୍ଦୂର*।

ଏହି ଅପରେସନରେ ପାକିସ୍ତାନ ଅଧିନସ୍ଥ ପୋକ୍ (PoK) ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ୍ ର ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ମନୋଜ ନରବଣେ କହିଛନ୍ତି, “ଏହି ଅପରେସନରେ ପ୍ରତିକ୍ରିୟା ଶେଷ ହୋଇନାହିଁ। ଆଗକୁ ଆହୁରି କଠୋର ପଦକ୍ଷେପ ନିଆଯିବ।” ସେ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଅଭି ପିକ୍ଚର ବାକି ହେ ।

ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି ପାକିସ୍ତାନ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ବିବାଦ ବୃଦ୍ଧି କରେ, ତେବେ ଏହାଠାରୁ ମଧ୍ୟ ଶକ୍ତିଶାଳୀ ପ୍ରତିକ୍ରିୟା ଦିଆଯିବ। ରାତିର ଅନ୍ଧାରରେ ସମ୍ପାଦିତ ଏହି ଅପରେସନରେ ଭାରତୀୟ ବାୟୁସେନା କ୍ଷେପଣାସ୍ତ୍ର ସାହାଯ୍ୟରେ ନଅଟି ପ୍ରମୁଖ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଭାରତ ପାକିସ୍ତାନର କୌଣସି ପ୍ରକାର ଆକ୍ରମଣର ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେନା ସୂତ୍ରଗୁଡ଼ିକ ଜଣାଇଛନ୍ତି।