ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆଧୁନିକ ସାଇନ୍ସ ସିଟି
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀ ଭୁବନେଶ୍ୱରରେ ଏକ ଆଧୁନିକ “ସାଇନ୍ସ ସିଟି”* (Science City) ପ୍ରତିଷ୍ଠା ହେବ ବୋଲି ବିଜ୍ଞାନ ଓ କାରିଗରୀ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସୂଚନା ଦେଇଛନ୍ତି।
ମନ୍ତ୍ରୀ ପାତ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରକୁ ଏକ ଆଧୁନିକ ସାଇନ୍ସ ସିଟି ଭାବେ ଗଢିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରେରଣା ନେବାକୁ ମୁଁ ଅହମଦାବାଦର ସାଇନ୍ସ ସିଟି ପରିଦର୍ଶନ କରିଥିଲି। ଓଡ଼ିଶାରେ ମଧ୍ୟ ସେହିଭଳି ଏକ ଉନ୍ନତ ବିଜ୍ଞାନ କେନ୍ଦ୍ର ଗଠିତ ହେବ।”
ଏଥିସହ ସରକାର ପ୍ରତ୍ୟେକ ଜିଲ୍ଲାରେ “ସାଇନ୍ସ ପାର୍କ” (Science Park) ସ୍ଥାପନ କରିବେ ବୋଲି ମନ୍ତ୍ରୀ ପାତ୍ର ଘୋଷଣା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ବିଜ୍ଞାନ ଶିକ୍ଷା ଓ ଯୁବପିଢ଼ୀଙ୍କ ମଧ୍ୟରେ ବୈଜ୍ଞାନିକ ଚେତନା ବୃଦ୍ଧି କରିବେ ବୋଲି ଆଶା କରାଯାଉଛି।