ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ ପରେ ସମସ୍ତେ ଏକଜୁଟ୍ ହେବା ପାଇଁ ଆହ୍ବାନ ଦେଲେ ମୋଦୀ
ନୂଆଦିଲ୍ଲୀ (ସଂକେତ ଟିଭି): ପଲଗାମ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ମଙ୍ଗଳବାର ମଧ୍ୟରାତ୍ରିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା। ଏହି କାର୍ଯ୍ୟକ୍ରମ (‘ଅପରେସନ୍ ସିନ୍ଦୂର’) ବିଷୟରେ ଗୁରୁବାର ଦିନ ସର୍ବଦଳୀୟ ବୈଠକରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି। ତାଙ୍କ ମତରେ, ଏଭଳି ସମୟରେ ଦେଶର ସୁରକ୍ଷା ଓ ଏକତା ପାଇଁ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ଏକତା ଜରୁରୀ। ଏଥିସହ ସେ ସଶସ୍ତ୍ର ବାହିନୀର ସାହସିକତାକୁ ମଧ୍ୟ ପ୍ରଶଂସା କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ନିର୍ମଳା ସୀତାରମଣ ସହିତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ। କଂଗ୍ରେସର ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାଡ଼ଗେ, ତୃଣମୂଳ କଂଗ୍ରେସର ସନ୍ଦୀପ ବନ୍ଦୋପାଧ୍ୟାୟ ଏବଂ ଡିଏମକେର ଟି.ଆର. ବାଲୁ ଆଦି ବିରୋଧୀ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ବୈଠକରେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଶିବସେନା (ୟୁବିଟି)ର ସଞ୍ଜୟ ରାଉତ, ଏନସିପିର ସୁପ୍ରିୟା ସୁଲେ, ଏଆଇଏମ୍ଆଇଏମ୍ର ଅସଦୁଦ୍ଦିନ୍ ଓଭାଇସି ଏବଂ ବିଜେଡିର ସସ୍ମିତ ପାତ୍ର ଆଦି ନେତାମାନେ ମଧ୍ୟ ଉପସ୍ଥିତି ରେଖିଥିଲେ। ଦେଶର ସୁରକ୍ଷା ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣାଯାଇଛି।