EducationFeaturedLatestNews

ଖୁବ୍ ଶୀଘ୍ର ଆରମ୍ଭ ହେବ କୁଳପତି ଏବଂ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ସୁପ୍ରିମକୋର୍ଟଙ୍କ ରାୟ ପରେ ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାରେ ଫିଟିଲା ବାଟ ସୃଷ୍ଟି ହୋଇଛି। ଆଇନଗତ ପ୍ରତିବନ୍ଧକ ହଟିଯିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମ କୋର୍ଟ ଲେକ୍ଚରାର ଏବଂ ପ୍ରଫେସର ନିଯୁକ୍ତିରେ ରହିଥିବା ଅସଙ୍ଗତିକୁ ଦୂର କରିଛନ୍ତି।

ଗତ ସରକାରଙ୍କ ସମୟରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ଭୁଲ୍ ଥିଲା ବୋଲି ସୁପ୍ରିମ କୋର୍ଟ ମତ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ଥିବା ନ୍ୟାୟଗତ ଅସଙ୍ଗତି ଏବେ ଦୂର ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, “ଆମେ ଖୁବ୍ ଶୀଘ୍ର କୁଳପତି ଏବଂ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ଅଛୁ। ଏହି ଦୁଇଟି ପ୍ରକ୍ରିୟା ଏକାସାଙ୍ଗରେ ଆଗେଇବ।”

ଗତ ମାସରେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଆଣିଥିଲେ, ତାହା ୟୁଜିସି (UGC) ନିୟମ ସହ ସମନ୍ୱୟ ରଖି ପ୍ରସ୍ତୁତ କରାଯାଇଥିଲା। ୨୦୨୦ରେ ପ୍ରଣୀତ ନୀତି ୟୁଜିସି ନିୟମକୁ ଉଲଂଘନ କରୁଥିବା ଦର୍ଶାଯାଇଛି। ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଥିଲା। ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାର ଆଶା ରହିଛି।