ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ୧୫ ଯାଏ ଖରାରୁ ଆଶ୍ବସ୍ତି ନାହିଁ
ନୂଆଦିଲ୍ଲୀ (ସଂକେତ ଟିଭି): ଆଜି ପୁଣି ସାରା ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ହେଉଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି।
ଏଣେ, ହୀରାକୁଦରେ ୩୯.୪ ଡିଗ୍ରି, ସମ୍ବଲପୁରରେ ୩୯ ଡିଗ୍ରି, ବାଲେଶ୍ବରରେ ୩୮ ଡିଗ୍ରି, ପୁରୀରେ ୩୫ ଡିଗ୍ରି, ରାଉରକେଲାରେ ୩୭ ଡିଗ୍ରି ଏବଂ ଭୁବନେଶ୍ବରରେ ୩୭.୬ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
ପୂର୍ବ ଓଡିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କାରଣରୁ ଲୋକଙ୍କ ପାଇଁ ଘରେ ରହିବା କିମ୍ବା ବାହାରକୁ ଯାଇବା କଷ୍ଟକର ହୋଇପଡିଛି। ଏଣେ, ଆସନ୍ତା ୧୫ ତାରିଖ ଯାଏ ପ୍ରବଳ ଖରାରୁ ଆଶ୍ବସ୍ତି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।