FeaturedGeneralLatest

ପାକିସ୍ତାନର ସ୍ୱୀକାର : ପୁଲୱାମା ଆକ୍ରମଣରେ ଥିଲା ପାକିସ୍ତାନ ସେନାର ରଣନୀତି

ନୂଆଦିଲ୍ଲୀ (ସଂକେତ ଟିଭି): ୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ସେହି ଦେଶର ଏକ ଉଚ୍ଚପଦସ୍ଥ ସାମରିକ ଅଧିକାରୀ ସ୍ୱୀକାର କରିଛନ୍ତି। ପାକିସ୍ତାନୀ ବାୟୁସେନାର ଏୟାର ଭାଇସ ମାର୍ସଲ ଔରାଙ୍ଗଜେବ ଅହମ୍ମଦ ଏହାକୁ ନିଜ ଦେଶର ଏକ “ରଣନୈତିକ ଦକ୍ଷତା” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ।

ପାକିସ୍ତାନ ଦୀର୍ଘ ସମୟ ଧରି ପୁଲୱାମା ଆକ୍ରମଣ ସହିତ ନିଜର ଯୋଗାଯୋଗକୁ ଅସ୍ୱୀକାର କରିଆସୁଥିଲା। ହେଲେ, ଏୟାର ଭାଇସ ମାର୍ସଲଙ୍କ ଏହି ସ୍ୱୀକୃତି ପରେ ପାକିସ୍ତାନର ମୁଖା ସାମ୍ନାକୁ ଆସିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ପୁଲୱାମାକୁ ପାକିସ୍ତାନର ଏକ ଯୁଦ୍ଧକୌଶଳ ବୋଲି କହିଥିଲେ। ଏହି ବିବୃତି ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟକାରିତା ଚଳାଇ ଅପରେସନ ସିନ୍ଦୂର ମାଧ୍ୟମରେ ଶତ୍ରୁ ଦେଶକୁ ଉଚିତ୍ ଶିକ୍ଷା ଦେଇଥିଲା। ଏବେ ପାକିସ୍ତାନର ସ୍ୱୀକୃତି ପରେ ପୁଣି ଥରେ ପ୍ରମାଣିତ ହେଲା ଯେ, ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ହାତ ରହିଛି। ଭାରତ ସରକାର ଏହାକୁ ଗମ୍ଭୀର ଭାବରେ ନେଇ ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟକାରୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି କରୁଛନ୍ତି।