ଅସ୍ତ୍ରବିରତି ପରେ ପୁନର୍ବାର ଖୋଲାଗଲା ୩୨ ବିମାନବନ୍ଦର
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ଦେଶର ଉତ୍ତର ଏବଂ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୩୨ଟି ବିମାନବନ୍ଦରକୁ ପୁନର୍ବାର ଖୋଲିବାକୁ ନିର୍ଦ୍ଦେଶ ଦେଇଛି। ଏହି ବିମାନବନ୍ଦରଗୁଡ଼ିକ ‘ଅପରେସନ ସିନ୍ଦୂର’ ସମୟରେ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।
ଏହି ବିମାନବନ୍ଦରଗୁଡ଼ିକ ମଧ୍ୟରେ ଅଦମପୁର, ଅମ୍ବାଲା, ଅମୃତସର, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ଜମ୍ମୁ, ଜୟସଲମେର, ଯୋଧପୁର, ଲେହ, ଶ୍ରୀନଗର, ଶିମଲା ଆଦି ଅନ୍ୟତମ। ଏହି ବନ୍ଦଦ୍ୱାରା ପ୍ରାୟ ୨୦୦ରୁ ଅଧିକ ବିମାନ ସେବା ବାତିଲ ହୋଇଥିବା ବେଳେ ଯାତ୍ରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ମେ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବା ପରେ ଏଏଆଇ ଏହି ନିଷ୍ପତ୍ତି ନେଇଥିଲା। ରବିବାର ନିୟନ୍ତ୍ରଣ ରେଖାରେ ଶାନ୍ତି ଫେରିଆସିବା ପରେ ବିମାନ ସେବା ପୁନର୍ବାର ସ୍ୱାଭାବିକ କରାଯିବା ନିମନ୍ତେ ବିମାନ କମ୍ପାନିଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି।
