EducationFeaturedLatestNews

ସିବିଏସଇ ଦ୍ୱାଦଶ ଫଳାଫଳ ଘୋଷଣା, ୮୮.୩୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ୮୮.୩୯% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା results.cbse.nic.in ରେ ଯାଇ ନିଜ ଫଳାଫଳ ଦେଖିପାରିବେ। ଏହି ବର୍ଷ ୧୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ପାସ୍ ହାର ଏବଂ ନୂତନ ଗ୍ରେଡିଂ ପଦ୍ଧତି
CBSE ର ନିୟମ ଅନୁଯାୟୀ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ନ୍ୟୁନତମ ୩୩% ନମ୍ବର ଆବଶ୍ୟକ। ଦ୍ୱାଦଶ ଶ୍ରେଣୀରେ ଥିଓରି ଏବଂ ପ୍ରାକ୍ଟିକାଲ୍ ଉଭୟରେ ଅଲଗା ଅଲଗା ଭାବରେ ୩୩% ନମ୍ବର ପ୍ରାପ୍ତ କରିବା ଜରୁରୀ। ଏଥର CBSE ଏକ ନୂତନ ରିଲେଟିଭ୍ ଗ୍ରେଡିଂ ସିଷ୍ଟମ୍ ପ୍ରଚଳନ କରିଛି, ଯାହା ଛାତ୍ରଛାତ୍ରୀଙ୍କ ଉପରେ ଚାପ କମାଇବାରେ ସାହାଯ୍ୟ କରିବ।

ଛାତ୍ରୀମାନେ ଆଗୁଆ, ଭୁବନେଶ୍ୱର ଜୋନରେ ୮୩.୬୪% ପାସ୍
ଏଥର ଛାତ୍ରୀମାନେ ଛାତ୍ରଙ୍କ ତୁଳନାରେ ଅଧିକ ସଫଳତା ହାସଲ କରିଛନ୍ତି। ଦେଶବ୍ୟାପୀ ଛାତ୍ରୀଙ୍କ ପାସ୍ ହାର ୯୧.୬୪% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୭୦% ରହିଛି। ଭୁବନେଶ୍ୱର ଜୋନରେ ପାସ୍ ହାର ୮୩.୬୪% ରହିଛି। ୧.୧୫ ଲକ୍ଷ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ପାଇଛନ୍ତି, ଯେଉଁଥିରେ ୨୪,୦୦୦ ଜଣ ୯୫%ରୁ ଉର୍ଦ୍ଧ୍ୱ ସ୍କୋର କରିଛନ୍ତି।

କିଭଳି ଦେଖିବେ ଫଳାଫଳ?
ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଉପାୟରେ ନିଜ ଫଳାଫଳ ଦେଖିପାରିବେ: