ଓପିଏସସିରେ ନିଯୁକ୍ତି ପାଇଲେ ନୂଆ ଚାରି ସଦସ୍ୟ
ଭୁବନେଶ୍ଵର (ସଂକେତ ଟିଭି): ଓଡିଶା ଲୋକସେବା ଆୟୋଗ (ଓପିଏସସି) ଏବଂ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ୍ରେ ଚାରି ନୂଆ ସଦସ୍ୟ ନିଯୁକ୍ତି ପାଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଉଦୟ ନାରାୟଣ ଦାସ, ପ୍ରଫେସର ମିହିର ପ୍ରସାଦ ମିଶ୍ର, ଡଃ ଶ୍ରୁତି ଦାସ ଏବଂ ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗୀଙ୍କୁ ଓପିଏସସିର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।
ଡଃ ଶ୍ରୁତି ଦାସ, ଯିଏକି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର, ସେହିପରି ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗୀଙ୍କ କାର୍ଯ୍ୟକାଳ ୫ ବର୍ଷ ନିର୍ଦ୍ଧାରିତ ହୋଇଛି। ୬୫ ବର୍ଷ ବୟସରେ ଡଃ ଦାସ ଅବସର ନେବେ। ଅନ୍ୟ ପକ୍ଷରେ, ଓଡିଶା ଜନଗଣନା ସଦସ୍ୟ ନିର୍ଦ୍ଦେଶକ ତଥା ପୂର୍ବତନ ଆଇଏଏସ ଅଧିକାରୀ ଉଦୟ ନାରାୟଣ ଦାସଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ।
ସେହିଭଳି, ପୁରୀ ସାମନ୍ତ ଚନ୍ଦ୍ରଶେଖର ଅଟୋନୋମସ କଲେଜର ପୂର୍ବତନ ପ୍ରିନ୍ସିପାଲ ପ୍ରଫେସର ଡଃ ମିହିର ପ୍ରସାଦ ମିଶ୍ରଙ୍କୁ ମଧ୍ୟ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି, ଯାହାଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ। ଏହି ନିଯୁକ୍ତିଗୁଡ଼ିକ ଓଡିଶା ପ୍ରଶାସନିକ ସେବା ଏବଂ ଷ୍ଟାଫ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛି।