ମେ ୧୯ରୁ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ
କଟକ (ସଂକେତ ଟିଭି): ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ’ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ରହିବ। ଅଦାଲତ ପୁନରାୟ ଜୁନ୍ ୧୭ ତାରିଖରେ ଖୋଲିବ। ଏହି ଅବଧି ମଧ୍ୟରେ ମୋଟ ୮ ଦିନ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ। ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମେ’ ୨୦, ୨୩, ୨୭, ୩୦ ଏବଂ ଜୁନ୍ ୩, ୪, ୧୦ ଓ ୧୩ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ।
ଯେଉଁ ସମସ୍ତ ଜରୁରୀ ମାମଲା ଗ୍ରୀଷ୍ମ ଅବକାଶ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ନାହିଁ, ସେଗୁଡ଼ିକ କାର୍ଯ୍ୟ ଦିବସରେ ସକାଳ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର୍ ଫାଇଲିଂ କାଉଣ୍ଟର୍ରେ ଦାଖଲ କରାଯିବ। ଏହି ମାମଲାଗୁଡ଼ିକ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ ହୋଇ ଶୁଣାଣି ପାଇଁ ଗ୍ରହଣ କରାଯିବ।
ବିଭିନ୍ନ ତାରିଖରେ ଖଣ୍ଡପୀଠ ଗଠନ
- ମେ’ ୨୦ ଓ ୨୩: ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବି.ପି. ଶତପଥୀଙ୍କ ଜଣିକିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ।
- ମେ’ ୨୭: ଜଷ୍ଟିସ୍ କେ.ଆର. ମହାପାତ୍ର ଏବଂ ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବି.ପି. ଶତପଥୀ ଏବଂ ଜଷ୍ଟିସ୍ ଏସ.କେ. ମିଶ୍ରଙ୍କ ଜଣିକିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ।
- ମେ’ ୩୦: ଜଷ୍ଟିସ୍ କେ.ଆର. ମହାପାତ୍ର ଓ ଜଷ୍ଟିସ୍ ଏମ୍.ଏସ୍. ସାହୁଙ୍କ ଦୁଇଜଣିଆ ଖଣ୍ଡପୀଠ, ଜଷ୍ଟିସ୍ ବି.ପି. ଶତପଥୀ, ଜଷ୍ଟିସ୍ ଏସ.କେ. ମିଶ୍ର ଓ ଜଷ୍ଟିସ୍ ଏ.ସି. ସାହୁଙ୍କ ଜଣିକିଆ ଖଣ୍ଡପୀଠ କାର୍ଯ୍ୟ କରିବେ।
- ଜୁନ୍ ୩ ଓ ୪: ଜଷ୍ଟିସ୍ ବି.ପି. ଶତପଥୀ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ପରେ ଜଣିକିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ।
- ଜୁନ୍ ୧୦ ଓ ୧୩: ଜଷ୍ଟିସ୍ ଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କ ଦୁଇଜଣିଆ ଖଣ୍ଡପୀଠ ଏବଂ ଜଣିକିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ। ଜୁନ୍ ୧୩ରେ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ।