FeaturedLatestNews

ତପସ୍ବିନୀ ଏକ୍ସପ୍ରେସ୍ ଉପରେ ପଥରମାଡ଼ : ଭାଙ୍ଗିଗଲା ବଗିର କାଚ

ଝାରସୁଗୁଡ଼ା (ସଂକେତ ଟିଭି): ଝାରସୁଗୁଡ଼ା ନିକଟବର୍ତ୍ତୀ ଲପଙ୍ଗା ଷ୍ଟେସନ୍ ନିକଟରେ ଆଜି ସକାଳେ ତପସ୍ବିନୀ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ପଥରମାଡ଼ କରାଯାଇଛି। କେହି ଦୁର୍ବୃତ୍ତ ଏହି ଟ୍ରେନ୍ର ଏସି ବଗି ବି-୭ ଉପରକୁ ପଥର ମାରିବାରୁ ବଗିର କାଚ ଭାଙ୍ଗିଯାଇଛି। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି।

ଘଟଣା ପରଠାରୁ ଆରପିଏଫ୍ (RPF) ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରାଯାଇଛି। ଏହି ଆକ୍ରମଣର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଝାରସୁଗୁଡ଼ା ଆରପିଏଫ୍ ପକ୍ଷରୁ ଏହି ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ଘଟଣାର ତଥ୍ୟ ଅନୁସନ୍ଧାନ ଚାଲିଛି।

ଏଭଳି ଘଟଣା ଟ୍ରେନ୍ ଯାତ୍ରୀଙ୍କ ନିରାପତ୍ତା ପ୍ରତି ଆହୁରି ଥରେ ଚିନ୍ତା ବୃଦ୍ଧି କରିଛି। ଆରପିଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଏହିଭଳି ଘଟଣା ରୋକିବା ପାଇଁ ଅତିରିକ୍ତ ପଦକ୍ଷେପ ନେବାକୁ ଚାହୁଁଛନ୍ତି।