ଓଡ଼ିଶାରେ ପଟ୍ଟା କରେକ୍ସନ୍: ୪ ଡିସମିଲରୁ କମ ଜମିଧାରୀଙ୍କୁ ଭୂମିହୀନ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପଟ୍ଟା କରେକ୍ସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଜଣାଇଛନ୍ତି ଯେ, ୪ ଡିସମିଲରୁ କମ ଜମି ଥିବା ବ୍ୟକ୍ତିଙ୍କୁ ଭୂମିହୀନ ଭାବରେ ଗଣନା କରାଯିବ। ଏଥିପାଇଁ ରାଜସ୍ୱ ବିଭାଗ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବ।
ଅଜା ବା ବାପାଙ୍କ ମୃତ୍ୟୁ ପରେ ପୁଅ, ନାତି ଏବଂ ଝିଅମାନଙ୍କ ନାମରେ ପଟ୍ଟା ଚଢ଼ାଯିବ। ଏଥିପାଇଁ ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ ରୁଲ୍, ୧୯୮୩ରେ ସଂଶୋଧନ ଆଣାଯିବ। ଉଲ୍ଲେଖନୀୟ ଯେ, ବିବାହିତ ଝିଅମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।
ଭୂମିହୀନଙ୍କ ପରିଭାଷାରେ ପରିବର୍ତ୍ତନ ଆସିଛି। ୪ ଡିସମିଲରୁ କମ ଜମି ଥିବା ଲୋକଙ୍କୁ ଭୂମିହୀନ ବୋଲି ଘୋଷଣା କରାଯିବ ଏବଂ ସରକାର ତାଙ୍କୁ ଜମି ଯୋଗାଇ ଦେବେ। ଏଥିସହିତ, ୨ ଡିସମିଲ ଜମି ଥିବା ବ୍ୟକ୍ତିଙ୍କୁ ସେହି ଜମି ସରକାରଙ୍କୁ ଫେରଟାଇ ଅନ୍ୟତ୍ର ୪ ଡିସମିଲ ଜମି ଦିଆଯିବ।
ଜମିହୀନ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯିବ। ସେମାନେ ଘରେ ଘରେ ଯାଇ ତଥ୍ୟ ଯାଞ୍ଚ କରିବେ ଏବଂ ଯୋଗ୍ୟଙ୍କୁ ସୁବିଧା ପ୍ରଦାନ କରିବେ। ଏହି ପଦକ୍ଷେପଦ୍ୱାରା ରାଜ୍ୟରେ ଜମି ସମ୍ବନ୍ଧୀୟ ବିବାଦ ହ୍ରାସ ପାଇବ ବୋଲି ସରକାର ଆଶା କରିଛନ୍ତି।