FeaturedLatestNews

ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧି: ମାସକୁ ୩୫୦୦ ଟଙ୍କା ପାଇବେ ହିତାଧିକାରୀ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ବୃଦ୍ଧ ନାଗରିକ ଏବଂ ଗୁରୁତର ଦିବ୍ୟାଙ୍ଗଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି। ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦% ବା ତାହାଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ଦିବ୍ୟାଙ୍ଗମାନେ ଏବେ ମାସକୁ ୩,୫୦୦ ଟଙ୍କା ଭତ୍ତା ପାଇବେ। ଏହି ବୃଦ୍ଧିପ୍ରାପ୍ତ ଭତ୍ତା ଜୁନ୍ ମାସରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

ରାଜ୍ୟ ସରକାର ଏହି ସଂପର୍କୀୟ ନିର୍ଦ୍ଦେଶ ସମସ୍ତ ଡିଏସଏସଓଏସ (DSOS) କାର୍ଯ୍ୟାଳୟକୁ ଜାରି କରିଛନ୍ତି। ବିଜେପି ସରକାରର ଏହି ମହତ୍ତ୍ଵାକାଂକ୍ଷୀ ଯୋଜନା ଅଧୀନରେ ରାଜ୍ୟର ସର୍ବମୋଟ ୪ ଲକ୍ଷ ୧୭ ହଜାର ୪୯୬ ଜଣ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ବୟସ୍କ ଏବଂ ଦିବ୍ୟାଙ୍ଗ ନାଗରିକଙ୍କ ଜୀବନଧାରଣରେ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି।