EducationFeaturedLatestNews

ସ୍ୱତନ୍ତ୍ର ଓଟିଇଟି ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି: ନୂତନ ଶେଷ ତାରିଖ ୨୭ ମେ

ଭୁବନେଶ୍ବର (ସଂକେତ ଟିଭି): ଚାକିରି କରିଥିବା ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି), ୨୦୨୫ର ଅନଲାଇନ୍ ପଞ୍ଜୀକରଣ ଅବଧିକୁ ୨୭ ମେ’ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପକ୍ଷରୁ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ତଥ୍ୟ ଜଣାଇଛନ୍ତି।

ପୂର୍ବରୁ ସ୍ୱତନ୍ତ୍ର ଓଟିଇଟି ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ ୧୧.୪୫ ଥିଲା। ମାତ୍ର ବିଏସଇ ଏହି ଅବଧିକୁ ଆହୁରି ବୃଦ୍ଧି କରି ଏବେ ନୂତନ ଶେଷ ତାରିଖ ୨୭ ମେ’ ସ୍ଥିର କରିଛି।

ଉଲ୍ଲେଖ୍ୟ ଯେ, ଚଳିତ ମାସର ଆରମ୍ଭରେ ମେ’ ୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସ୍ରେ ବିଏସଇ ସ୍ପଷ୍ଟ କରିଥିଲା ଯେ ଯୋଗ୍ୟ ଶିକ୍ଷକମାନେ ୯ ମେ’ ୨୦୨୫ ପୂର୍ବାହ୍ନ ୮ ଟାରୁ ଅନଲାଇନ୍ ପଞ୍ଜୀକରଣ କରିପାରିବେ। ପେପର-୧ ଏବଂ ପେପର-୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍ରେ ଉପଲବ୍ଧ ହେବ ବୋଲି ସେତେବେଳେ କୁହାଯାଇଥିଲା।