FeaturedLatestNews

ଫ୍ରି ଫାୟାର ଖେଳିବାକୁ ମାଆ ମନା କରିବାରୁ ବେକରେ ରଶି ଦେଇ ଝୁଲିଲା ପୁଅ

ଜଳେଶ୍ୱର (ଉମାକାନ୍ତ ନାୟକ): ଫ୍ରି ଫାୟାର ଖେଳରେ ଆସକ୍ତି ଯୋଗୁଁ ଏକ ମର୍ମାନ୍ତକ ଘଟଣାରେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଭୋଗରାଇ କୀର୍ତିନିଆ ଗାଁର ପୂର୍ଣ୍ଣଚନ୍ଦ୍ର ମିର୍ଧାଙ୍କ ପୁଅ ଆନନ୍ଦ ମିର୍ଧା ଥିଲେ ।

ଗତକାଲି ସନ୍ଧ୍ୟାରେ ଆନନ୍ଦ ଦୀର୍ଘ ସମୟ ଧରି ଫ୍ରି ଫାୟାର ଖେଳୁଥିଲେ । କିଛି ସମୟ ପରେ ତାଙ୍କୁ ଖୋଜାଖୋଜି କରାଗଲା ବେଳେ, ଘର ପାଖରେ ଥିବା ଏକ ବନି ଗଛରେ ତାଙ୍କୁ ବେକରେ ରସି ଦେଇ ଝୁଲିଥିବା ଦେଖାଯାଇଥିଲା । ପରିବାର ଲୋକେ ତାଙ୍କୁ ତତକ୍ଷଣାତ୍ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ, ମାତ୍ର ଡାକ୍ତରୀ ପରୀକ୍ଷାରେ ତାଙ୍କୁ ମୃତ ବୋଲି ଘୋଷଣା କରାଗଲା ।

ଖବର ଅନୁଯାୟୀ, ଆନନ୍ଦ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଧରି ଫ୍ରି ଫାୟାର ଖେଳରେ ଅତ୍ୟଧିକ ଆସକ୍ତ ହୋଇଯାଇଥିଲେ । ପରିବାର ଲୋକେ ବାରମ୍ବାର ତାଙ୍କୁ ଖେଳ ଛାଡିବାକୁ ବାରଣ କରିଥିଲେ, ମାତ୍ର ସେ କାହାରି କଥା ଶୁଣି ନଥିଲେ । ଏହି ଘଟଣା ପରେ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ମାମଲା ଦର୍ଜ କରିଛନ୍ତି । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ପରିବାରକୁ ହସ୍ତାନ୍ତର କରିଛନ୍ତି ।