ଭଡା ଘରୁ ଜବତ ହେଲା ୧ କ୍ଵିଣ୍ଟାଲ ୪ କିଲୋଗ୍ରାମ ଗଞ୍ଜେଇ
ଜଳେଶ୍ୱର (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଧୀନସ୍ଥ ଶାସନବାର୍ଡ ଅଞ୍ଚଳରେ ଗତକାଲି ରାତିରେ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଜଳେଶ୍ୱର ଏସଡିପିଓ ମାନସ କୁମାର ଦେଓଙ୍କ ନେତୃତ୍ୱରେ ଏକ ଚଢ଼ାଉ ଦଳ ଏକ ଭଡା ଘରୁ ୧ କ୍ଵିଣ୍ଟାଲ ୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି।
ସୂତ୍ରମାନଙ୍କ ଅନୁସାରେ, ଶାସନବାର୍ଡ ଅଞ୍ଚଳରେ ବହୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଜଳେଶ୍ୱର ତହସିଲଦାର ଗୌରାଙ୍ଗ ଚରଣ ଘୋଷ ଏବଂ ଏସଡିପିଓ ମାନସ କୁମାର ଦେଓ ଏକ ୪ ସଦସ୍ୟବିଶିଷ୍ଟ ଟିମ ଗଠନ କରି ଚଢ଼ାଉ କରିଥିଲେ। ଏହି ଅଭିଯାନରେ ସଫଳତା ମିଳିଥିବା ବିଷୟରେ ଆଜି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣାଯାଇଛି।
ବାଲେଶ୍ୱର ଏସପି ରାଜ ପ୍ରସାଦ କହିଛନ୍ତି ଯେ, ବେଆଇନ ନିଶା ବ୍ୟବସାୟ ଏବଂ ଏହାର ମୂଳଦୁଆ ଉପରେ କଠୋର ନଜର ରଖାଯାଇଛି। ଭବିଷ୍ୟତରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଅଧୀନରେ ଅନ୍ୟାନ୍ୟ ସନ୍ଦିଗ୍ଧ ସ୍ଥାନମାନଙ୍କରେ ମଧ୍ୟ ତଦନ୍ତ ଚାଲିଛି।