ମେ ୨୭ ପରିବର୍ତ୍ତେ ୨୬ ତାରିଖକୁ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ସାବିତ୍ରୀ ଅମାବାସ୍ୟା ପାଳନ ପାଇଁ ସରକାରୀ ଛୁଟି ମେ’ ୨୭ ପରିବର୍ତ୍ତେ ମେ’ ୨୬ ତାରିଖରେ ପାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି ସମ୍ପର୍କରେ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ।
ଏବର୍ଷ ପ୍ରଥମେ ସାବିତ୍ରୀ ଅମାବାସ୍ୟା ଛୁଟି ମେ’ ୨୭ ତାରିଖରେ ସ୍ଥିର କରାଯାଇଥିଲା । ମାତ୍ର, ପୁରୀ ମୁକ୍ତି ମଣ୍ଡପ ଏବଂ ଅନ୍ୟ ଧାର୍ମିକ ସଂସ୍ଥା ଓ ପଞ୍ଜିକା ଗଣନା ସଂସ୍ଥାମାନଙ୍କ ସହିତ ହୋଇଥିବା ଆଲୋଚନା ପରେ ଜଣାପଡିଛି ଯେ ଏବର୍ଷ ସାବିତ୍ରୀ ଅମାବାସ୍ୟା ମେ’ ୨୬ ତାରିଖରେ ପଡିବ । ଫଳରେ ଛୁଟି ତାରିଖ ପରିବର୍ତ୍ତନ କରାଯାଇଛି ।
ଏହି ପରିବର୍ତ୍ତନ ଫଳରେ ମେ’ ୨୭ ତାରିଖରେ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡିକ ସ୍ୱାଭାବିକ ଭାବେ ଖୋଲା ରହିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଧାର୍ମିକ ପର୍ବ ପାଳନକୁ ଲକ୍ଷ୍ୟରେ ରଖି ନିଆଯାଇଛି ।
