ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଭଙ୍ଗା ହେବ ଘର
ଭୁବନେଶ୍ବର (ସଂକେତ ଟିଭି): ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବୃଦ୍ଧି ଓ ତାହାର ସାମାଜିକ ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବସ୍ତି ଏବଂ ବାର୍ଗୁଡିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅପରାଧ ମଧ୍ୟ ବୃଦ୍ଧି ପାଇଛି। ଚୋରାନିଶା କାରବାର, ଚୋରି, ଏବଂ ଅନ୍ୟାନ୍ୟ ଅପରାଧିମୂଳକ କାର୍ଯ୍ୟକଳାପ ସେମାନଙ୍କଦ୍ୱାରା ସଂଘଟିତ ହେଉଥିବା ଦର୍ଶାଯାଇଛି।
ମନ୍ତ୍ରୀ ମହାପାତ୍ର ଜଣାଇଛନ୍ତି ଯେ, ଏହି ଅନୁପ୍ରବେଶକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କର ଚେକିଂ ଓ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନିଆଯିବ।
ଅନ୍ୟ ପକ୍ଷରେ, ସହରକୁ ସୁରକ୍ଷିତ ରଖିବା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବସ୍ତିରେ ଅପରାଧୀଙ୍କ ଘରମାନ ଭାଙ୍ଗି ଦିଆଯାଉଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ। ସରକାର ନିରାପତ୍ତା ଓ ଶାନ୍ତି ବଜାୟ ରଖିବା ପାଇଁ କଠୋର ନିଷ୍ପତ୍ତି ନେଇଛନ୍ତି।