BusinessFeaturedGeneralLatest

ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ହେଲା ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ହେବାରେ ସଫଳ ହୋଇଛି । ଜାପାନକୁ ପଛରେ ପକାଇ ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନତି ହାସଲ କରିଛି ଭାରତ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ର ତଥ୍ୟ ଅନୁଯାୟୀ, ଭାରତର ମୋଟ ଘରୋଇ ଉତ୍ପାଦ (GDP) ୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହା ବର୍ତ୍ତମାନ ଆମେରିକା, ଚୀନ ଏବଂ ଜର୍ମାନୀ ପରେ ଚତୁର୍ଥ ସ୍ଥାନରେ ଅଛି ।

ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି, “ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛି ଏବଂ ତିନି ବର୍ଷ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିପାରେ । ଏହା ଏକ ଐତିହାସିକ ମାଇଲଖୁଣ୍ଟ ଅଟେ ।” ସେ ଏହି ତଥ୍ୟ ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୩୧ଟି ଅଂଶଗ୍ରହଣ କରିଥିଲେ । ବୈଠକରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଠନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, “ଏକ ବିକଶିତ ଭାରତ ପାଇଁ ପଥ କେବଳ ସରକାରଙ୍କ ନେତୃତ୍ୱରେ ହୋଇପାରିବ ନାହିଁ । ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ । ସହଯୋଗୀ ସଂଘୀୟତା ହେଉଛି ଏହାର ମୂଳ ଆଧାର ।”

ଏଥିପାଇଁ ୧୭ଟି ରାଜ୍ୟ ପୂର୍ବରୁ ସେମାନଙ୍କର “ଭିଜନ ୨୦୪୭”* ଡକ୍ୟୁମେଣ୍ଟ ପ୍ରସ୍ତୁତ କରିସାରିଛନ୍ତି, ଯାହାକୁ ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ତାମିଲନାଡୁ ନେତୃତ୍ୱ ଦେଉଛନ୍ତି ।