FeaturedLatestNews

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ (ସଂକେତ ଟିଭି): ଓଡ଼ିଶାରେ ମୌସୁମୀ ବର୍ଷା ସାଧାରଣ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଜୁନ ୧୨ରୁ ୧୪ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଆସେ, କିନ୍ତୁ ଏବାର ଏହା ଶୀଘ୍ର ଆସିବ। ଆଗାମୀ ଦୁଇ ଦିନରେ ମୌସୁମୀ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ଓଡ଼ିଶାରେ ପ୍ରାକ୍-ମୌସୁମୀ ବର୍ଷା ଏବଂ ଲୋ ପ୍ରେସର୍ ଯୋଗୁଁ ବର୍ଷା ହେଉଛି। ପାଣିପାଗ ବିଭାଗ ଅନୁସାରେ, ଶୀଘ୍ର ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ହେବ।

ଏହି ପରିପ୍ରେକ୍ଷୀରେ, ସୋମବାରରୁ ଆଗାମୀ ୭ ଦିନ ଯାଏଁ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ ସମେତ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟ ୧୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି।