ଧାନର ଏମଏସପି ୬୯ ଟଙ୍କା ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀମାନଙ୍କ ଲାଭାର୍ଥେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରାଯାଇଛି। ଧାନର ଏମଏସପି ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରାଯାଇଛି, ଯାହା ପାଇଁ ସରକାର ପ୍ରାୟ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।
ଏହା ବ୍ୟତୀତ ଜଓ୍ବାର, ବାଜରା, ମକା, ମାଣ୍ଡିଆ, ହରଡ଼, ମୁଗ, ବିରି, ସୂର୍ଯ୍ୟମୁଖୀ, ବାଦାମ, ରାଶି, ସେୟାବିନ ଓ କପାର ଆଦି ଫସଲର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ ଏମଏସପିରେ ସର୍ବାଧିକ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତିରେ ମୋଟ ବ୍ୟୟ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।”
କ୍ୟାବିନେଟ୍ ଚାଷୀଙ୍କ ପାଇଁ ସୁଧ ଛାଡ ଯୋଜନା ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି) ଉପରେ ୪% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି। ଏହି ଯୋଜନା ପାଇଁ ଅତିରିକ୍ତ ୧୫,୬୪୨ କୋଟି ଟଙ୍କା ବାଣ୍ଟିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।