FeaturedLatestNews

ମନ୍ତ୍ରୀ, ଅଧିକାରୀଙ୍କ ଗାଡ଼ି ଭଡ଼ା ବୃଦ୍ଧି: ୬ ବର୍ଷ ପରେ ହେଲା ଭଡା ସଂଶୋଧନ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ମନ୍ତ୍ରୀ, ଅଧିକାରୀ ଏବଂ VVIP ବ୍ୟବହାରକାରୀ ଗାଡ଼ି ଭଡ଼ା ବୃଦ୍ଧି କରିଛନ୍ତି। ପ୍ରାୟ ୬ ବର୍ଷ ପରେ ଅର୍ଥ ବିଭାଗ ଏହି ସଂଶୋଧିତ ଭଡ଼ା ହାର ବିଜ୍ଞପ୍ତି ଜାରି କରିଛି।

ନୂତନ ନିର୍ଦ୍ଦେଶ ଅନୁଯାୟୀ, ମନ୍ତ୍ରୀଙ୍କ ମାସିକ ଗାଡ଼ି ଭଡ଼ା ବର୍ତ୍ତମାନ ୫୦,୪୦୦ ଟଙ୍କା ହେବ। ଏହାପୂର୍ବେ ଏହି ରାଶି କମ୍ ଥିଲା। ସେହିପରି ଜିଲ୍ଲାପାଳ, ଏସ୍.ପି. ଭଳି ଉଚ୍ଚ ପଦାଧିକାରୀଙ୍କ ଗାଡ଼ି ଭଡ଼ା ୪୪,୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ବ୍ଲକ, ତହସିଲ ଏବଂ ଫିଲ୍ଡ ଅଫିସ୍ ଅଧିକାରୀଙ୍କ ପାଇଁ ଗାଡ଼ି ଭଡ଼ା ୩୭,୨୦୦ ଟଙ୍କା ହୋଇଛି। ପ୍ରମୁଖ ସଚିବଙ୍କ ଭଡ଼ା ୩୬,୦୦୦ ଟଙ୍କା ଏବଂ ସ୍ୱତନ୍ତ୍ର ସଚିବଙ୍କ ପାଇଁ ୩୧,୨୦୦ ଟଙ୍କା ନିର୍ଧାରିତ ହୋଇଛି।

ଘରୋଇ ଗାଡ଼ି ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ମନ୍ତ୍ରୀ, ଅଧିକାରୀ ଏବଂ VVIP ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଘରୋଇ ଗାଡ଼ିର ଭଡ଼ା ହାର ବଢ଼ିଛି। ଅର୍ଥ ବିଭାଗ ଏହି ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କରି ଆଦେଶ ପ୍ରଦାନ କରିଛି।