ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍, ଦୁଇ କୋଟି ଟଙ୍କା ଜବତ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ମାରିଛି। ଏହି ଚଢାଉରେ ଦୁଇ କୋଟିରୁ ଅଧିକ ନଗଦ ଟଙ୍କା, ସୁନା ହାତଘଣ୍ଟା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଜବତ ହୋଇଛି। ବିଜିଲାନ୍ସ ଅଧିକାରୀଙ୍କୁ ଦେଖି ଷଡଙ୍ଗୀ ପରିବାର ଝରକା ବାଟେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡିବାର ଦୃଶ୍ୟ ଭାଇରାଲ ହୋଇଛି।
ଭିଜିଲାନ୍ସ ଟିମ୍ ଆଜି ଅନୁଗୁଳ ଜିଲ୍ଲାର କରଡଗାଡିଆସ୍ଥିତ ଷଡଙ୍ଗୀଙ୍କ ପୈତୃକ ଘର, ଶଶୁରଘର ସହିତ ଭୁବନେଶ୍ୱରର PDN Exotica ଫ୍ଲାଟ୍ (C-102) ଏବଂ ପିପିଲି ସିଉଲାରରେ ଥିବା ଫ୍ଲାଟରେ ରେଡ୍ ମାରିଛି। ସମୁଦାୟ ୭ଟି ସ୍ଥାନରେ ଖୋଜାଖୋଜି ଚାଲିଛି। ଏଯାଏ ୧.୫ କୋଟି ଟଙ୍କା, ୪ଟି ସୁନା ଗହଣା ଏବଂ ଲକରରେ ସଂରକ୍ଷିତ ଟଙ୍କା ମିଳିଛି।
ଷଡଙ୍ଗୀ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହୋଇଥିବା ବେଳେ ତାଙ୍କର ଅବସର ନିକଟତର। ତାଙ୍କ ଆୟ ସ୍ରୋତର ଅନୁପାତରେ ଏତେ ଅଧିକ ସମ୍ପତି ରହିଥିବା ଦେଖି ଭିଜିଲାନ୍ସ ସନ୍ଦେହ କରିଛି। ତାଙ୍କ ବ୍ୟାଙ୍କ ବାଲାନ୍ସ, ଗାଡି ଓ ଅନ୍ୟାନ୍ୟ ସମ୍ପତିର ମୂଲ୍ୟାୟନ ଚାଲିଛି। ଭିଜିଲାନ୍ସ ପହଞ୍ଚିବା ପରେ ଷଡଙ୍ଗୀ ପରିବାର ଝରକା ବାଟେ ଟଙ୍କା ଫିଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
