FeaturedLatestNewsSports

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଶିର୍ବାଦ ନେଲେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

ପାଟନା (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ ପ୍ରତିଭାବାନ୍ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଥିଲେ। ଏହି ସାକ୍ଷାତକାଳୀନ ବୈଭବ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ଏକ୍ସ (ପୂର୍ବତନ ଟ୍ୱିଟର) ହ୍ୟାଣ୍ଡେଲରେ ଏହି ବିଷୟରେ ସୂଚନା ଦେଇଛନ୍ତି।

ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ବୈଭବଙ୍କ କ୍ରିକେଟ ଦକ୍ଷତାକୁ ପ୍ରଶଂସା କରି କହିଛନ୍ତି, “ବୈଭବ ସମଗ୍ର ଦେଶ ପାଇଁ ପ୍ରେରଣା। ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ।” ପ୍ରଧାନମନ୍ତ୍ରୀ ବୈଭବଙ୍କ ସହିତ ଫଟୋ ମଧ୍ୟ ଶେୟାର୍ କରିଛନ୍ତି। ଏହି ଅବସରରେ ମୋଦି ବୈଭବଙ୍କ ମାତାପିତାଙ୍କୁ ମଧ୍ୟ ଭେଟିଥିଲେ।

ବୈଭବ ସୂର୍ଯ୍ୟବଂଶୀ ଭାରତର ୧୯ ବର୍ଷରୁ କମ୍ ଦଳ ପାଇଁ ଇଂଲଣ୍ଡ ଗସ୍ତରେ ଯୋଗଦେବାରୁ ଚୟନିତ ହୋଇଛନ୍ତି। କମ୍ ବୟସରେ ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ସେ ଚର୍ଚ୍ଚାରେ ଆସିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ମେଗା ନିଲାମରେ କିଣିଥିଲା।

ଗତ IPL ୨୦୨୫ ସିଜନ୍ରେ ବୈଭବ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମାତ୍ର ୩୫ ବଲ୍ ରେ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଥିଲେ। ତାଙ୍କର ଏହି ଅସାଧାରଣ ପ୍ରତିଭା ତାଙ୍କୁ ଭାରତୀୟ କ୍ରିକେଟରେ ଉଜ୍ଜ୍ୱଳ ଭବିଷ୍ୟତର ଆଶା ଦେଇଛି।