BusinessFeaturedLatestNews

ବଢିଲା ଓମ୍‌ଫେଡ୍ କ୍ଷୀର ଦର: ଲିଟରକୁ ୨ ଟଙ୍କା ଅଧିକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଜୁନ୍ ମାସରୁ ଓମ୍‌ଫେଡ୍ କ୍ଷୀରର ଦାମ୍ ବଢ଼ିଛି। ଏଣିକି ଗ୍ରାହକମାନଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ପୂର୍ବରୁ ୫୦୦ ଗ୍ରାମ ଓମ୍‌ଫେଡ୍ କ୍ଷୀର ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇଛି।

ରବିବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅତିରିକ୍ତ ୩ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ବୃଦ୍ଧି ଫଳରେ ଓମ୍‌ଫେଡ୍ କ୍ଷୀରର ମୂଲ୍ୟ ବଢ଼ିବାକୁ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ମତେ, ଚାଷୀମାନେ ଲିଟର ପିଛା ୩ ଟଙ୍କା ଅଧିକ ପାଇବେ, ଯାହାର ମଧ୍ୟରୁ ସରକାର ୨ ଟଙ୍କା ବହନ କରିବେ ଏବଂ ଗ୍ରାହକଙ୍କୁ ଅନ୍ୟ ୨ ଟଙ୍କା ଦେବାକୁ ପଡ଼ିବ।

ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୨ ଲକ୍ଷ ୫୦ ହଜାର ଦୁଗ୍ଧଚାଷୀ ଲାଭାନ୍ୱିତ ହେବେ। ଏଥିସହିତ, ଦୁଗ୍ଧଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କାର ଜୀବନବୀମା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦୁଗ୍ଧଚାଷୀଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଦେବ ବୋଲି ଆଶା କରାଯାଉଛି।