BusinessFeaturedGeneralLatest

ରେପୋ ରେଟ୍ ୦.୫% କମାଇଲା ଆର୍‌ବିଆଇ, କମିବ ଗୃହ ଋଣରେ ସୁଧ ହାର

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ରେପୋ ରେଟ୍ ୦.୫% କମାଇ ୫.୫% କରିଛି। ପୂର୍ବରୁ ଏହା ୬% ଥିଲା। ଏହି ନିଷ୍ପତ୍ତି ପରେ ଗୃହ ଋଣରେ ସୁଧ ହାର ୮%ରୁ ଖସି ୭.୫% ହୋଇଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ତଥ୍ୟ ଜଣାଇଛନ୍ତି।

CRR ମଧ୍ୟ ୧% କମିଲା
ଏଥିସହିତ, କ୍ୟାସ ରିଜର୍ଭ ରେସିଓ (CRR) ୪୪%ରୁ ୧% କମିଯାଇ ୩% କରାଯାଇଛି। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଋଣ ଦେବା ପାଇଁ ଅତିରିକ୍ତ ୨.୫ ଲକ୍ଷ କୋଟି ଟଙ୍କା ପାଇବେ। ଏହି ପରିବର୍ତ୍ତନ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଲାଗୁ ରହିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏଥିରେ ବିଶେଷ ଲାଭାନ୍ୱିତ ହେବେ।

ବିଦେଶୀ ମୁଦ୍ରା ଭଣ୍ଡାର ଓ ଅର୍ଥନୀତିକ ଅଭିବୃଦ୍ଧି
ମେ ୩୦ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୯,୧୫୦ କୋଟି ଡଲାରରେ ପହଞ୍ଚିଛି। ଆର୍‌ବିଆଇ ଆକଳନ କରିଛି ଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫% ରହିବ।