CulturalFeaturedLatestNews

ରଥ ଉପରକୁ ମୋବାଇଲ ମନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର (ସଂକେତ ଟିଭି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେବାଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହାକୁ ଲକ୍ଷ୍ୟରେ ରଖି ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ପୁରୀରେ ସମସ୍ତ ପ୍ରସ୍ତୁତି ଠିକଠାକ୍ ଭାବରେ ଚାଲିଛି। ପହଣ୍ଡିବିଜେ ସମୟାନୁକୂଳ ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ ହେବ।”

ଏଥିସହିତ, ରଥ ଉପରକୁ ମୋବାଇଲ ଫୋନ୍ ନେବାକୁ ପ୍ରତିବନ୍ଧକ ଆରୋପିତ ହୋଇଛି। ଯଦି କେହି ଅଣସେବାୟତ ଭାବରେ ରଥ ଉପରକୁ ଯାଆନ୍ତି, ତେବେ ପୁଲିସକୁ ସୂଚନା ଦିଆଯିବ। ଏହି ନିୟମ ପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।