FeaturedLatestNews

ଗୃହରକ୍ଷୀଙ୍କ ଡ୍ୟୁଟି କଲ୍-ଅପ୍ ଭତ୍ତା ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍-ଅପ୍ ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଦୈନିକ ଡ୍ୟୁଟି କଲ୍-ଅପ୍ ଭତ୍ତା ୬୧୨ ଟଙ୍କାରୁ ବୃଦ୍ଧି ପାଇ ୬୨୩ ଟଙ୍କା କରାଯାଇଛି।

ଏହି ବୃଦ୍ଧିପ୍ରାପ୍ତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ୧ ତାରିଖରୁ ଲାଗୁ ହେବ। ଏହି ନିଷ୍ପତ୍ତି ଗୃହରକ୍ଷୀଙ୍କ କାର୍ଯ୍ୟ ସହିତ ସେମାନଙ୍କ ଆର୍ଥିକ ସ୍ଥିତି ଉନ୍ନତି ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହେଉଛି।