FeaturedHealthLatestNews

ଯାହା ଦେଖିବାକୁ ମିଳୁ ନ ଥିଲା, ତାହା ଏବେ ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି: ନବୀନ

ଭୁବନେଶ୍ୱର (ସଂକେତ ଟିଭି): ହଇଜା ପ୍ରସାର ଓ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ ଓ କଟକରେ ହଇଜା ଭୟଙ୍କର ରୂପ ଧାରଣ କରିବା ଏବଂ ୧୪ ଜଣଙ୍କ ମୃତ୍ୟୁକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ନବୀନ କହିଛନ୍ତି, “ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳି ନ ଥିଲା, ତାହା ଏବେ ରାଜ୍ୟକୁ ଅସ୍ତବ୍ୟସ୍ତ କରିଦେଇଛି। ହଇଜାରେ ଅଧିକାରୀଙ୍କ ଅବ୍ୟବସ୍ଥା ଓ ପ୍ରତିଷେଧାତ୍ମକ ପଦକ୍ଷେପର ଅଭାବ ଲୋକଙ୍କ ଜୀବନକୁ ବିପଦାପନ୍ନ କରିଛି।” ସେ ମୃତଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ରାଜ୍ୟ ସରକାର ହଇଜା ପ୍ରସାରକୁ ହାଲୁକା ଭାବେ ନେଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। “ଏହି ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ,” ବୋଲି ନବୀନ ଜୋର ଦେଇ କହିଛନ୍ତି। ସେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ସଚେତନତା ଓ ସଂସାଧନ ବଣ୍ଟନରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି।

ଏହି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଓ ପଦକ୍ଷେପ ଆଗାମୀ ଦିନଗୁଡ଼ିକରେ ଲୋକଙ୍କ ଆଶା ଓ ଚିନ୍ତାର କାରଣ ହୋଇଥିବା ଦେଖାଯାଉଛି।