FeaturedHealthLatestNews

ଅନ୍‌ଲାଇନରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ୱରରେ ଏବେ ଅନ୍‌ଲାଇନ୍ ଆଧାରରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ଓଡ଼ିଶା ଯାତ୍ରୀ ଆପ୍‌ରେ ଆମ୍ବୁଲାନ୍ସ ସେବା ଯୋଡ଼ାଯାଇଛି, ଯାହାଦ୍ୱାରା ରୋଗୀ କିମ୍ବା ତାଙ୍କ ପରିଜନମାନେ ସହଜରେ ଅନ୍‌ଲାଇନ୍ ଆମ୍ବୁଲାନ୍ସ ବୁକ୍ କରିପାରିବେ। ଘରୋଇ ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ଏହି ଆପ୍‌ ସହିତ ସଂଯୋଗ ହେବେ ଏବଂ ସରକାରୀ ନିୟମାନୁସାରେ ସେବା ପ୍ରଦାନ କରିବେ। ଏହି ପ୍ରକ୍ରିୟାକୁ ପରିବହନ ବିଭାଗ କ୍ରୁଟ୍ ସହାୟତାରେ ପରିଚାଳନା କରିବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୁବିଧା ଆରମ୍ଭ କରିବାକୁ ଯାଉଥିବା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଟୋ ଏବଂ ଟ୍ୟାକ୍ସି ପରେ ବର୍ତ୍ତମାନ ଘରୋଇ ଆମ୍ବୁଲାନ୍ସଗୁଡ଼ିକୁ ଓଡ଼ିଶା ଯାତ୍ରୀ ଆପ୍‌ ସହିତ ଯୋଡ଼ାଯିବ। ସେବା ମୂଲ୍ୟ ସରକାର ନିର୍ଦ୍ଧାରିତ କରିବେ, ଯାହାଦ୍ୱାରା ସାଧାରଣ ଲୋକେ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସ ସୁବିଧା ପାଇପାରିବେ।

ପରିବହନ ବିଭାଗ ଶୀଘ୍ର ଏହି ସେବା ଆରମ୍ଭ କରିବାକୁ ଯାଉଛି। ଏହା ଜରୁରୀ ସ୍ଥିତିରେ ରୋଗୀଙ୍କୁ ଦ୍ରୁତ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।