ଜୁଲାଇ ୯ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ଭୁବନେଶ୍ୱରରେ କରିବେ ବଡ଼ ସମାବେଶ
ଭୁବନେଶ୍ବର (ସଂକେତ ଟିଭି): ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ମାସର ଦ୍ଵିତୀୟ ସପ୍ତାହରେ ଓଡିଶା ଆସିବେ। ତାଙ୍କ ସହ କଂଗ୍ରେସ ଦଳର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାଜ୍ୟ ଗସ୍ତ କରିବେ।
ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ବଡ଼ ସମାବେଶ ଆୟୋଜନ କରାଯିବ। ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଦଳୀୟ ଅଧ୍ୟକ୍ଷ ଏହି ସମାବେଶରେ ଯୋଗଦେବେ।
କଂଗ୍ରେସ ପକ୍ଷ ଏହି ସମାବେଶ ମାଧ୍ୟମରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବର୍ଷକ ଧରି ବିଜେପି ସରକାରଙ୍କ ବିଫଳତାକୁ କେନ୍ଦ୍ରବିନ୍ଦୁ କରି ଆଲୋଚନା କରିବ। ରାହୁଲ ଗାନ୍ଧୀ ଜୁଲାଇ ୯ ତାରିଖରେ ଓଡିଶା ପହଞ୍ଚିବେ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ରାହୁଲ ଗାନ୍ଧୀ ବହୁତ ଦିନ ପରେ ଓଡିଶା ଆସୁଛନ୍ତି, ଯାହାକି ରାଜ୍ୟର କଂଗ୍ରେସ କର୍ମୀଙ୍କ ପାଇଁ ଏକ ଉତ୍ସାହଜନକ ଘଟଣା।