BusinessFeaturedLatestNews

ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି: ଲିଟର ପିଛା ୫୨ ଟଙ୍କାରୁ ହେଲା ୫୪ ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଓଡିଶା ସହର ଓମ୍‌ଫେଡ୍‌ କ୍ଷୀରର ଦର ଆଜିଠାରୁ ବୃଦ୍ଧି ପାଇଛି। ପୂର୍ବରୁ ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ୫୪ ଟଙ୍କା ଦେବେ। ଏହି ନୂଆ ଦର ଆଜିରୁ ଲାଗୁ ହୋଇଛି।

ପ୍ରିମିୟମ୍ ଓ ଟୋନ୍ଡ କ୍ଷୀରର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି, ଯେଉଁଥିରେ ସରକାର ୨ ଟଙ୍କା ସବସିଡି ଦେବେ। ଅଥଚ ଗୋଲ୍ଡ କ୍ଷୀରର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପୂର୍ବରୁ ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଘୋଷିତ ହୋଇଥିଲା, କିନ୍ତୁ ସେତେବେଳେ ଲାଗୁ ହୋଇନଥିଲା।

ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ କହିଥିଲେ ଯେ ଏହି ବୃଦ୍ଧି ତତ୍କାଳିନ ଭାବେ ଲାଗୁ ହେବ ନାହିଁ ଏବଂ ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ନିଷ୍ପତ୍ତି ନିଆଯିବ। ଏବେ ତାହା କାର୍ଯ୍ୟକାରୀ ହୋଇଛି।

ଉଲ୍ଲେଖନୀୟ ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓମଫେଡ୍ ସର୍ବକାଳୀନ ରେକର୍ଡ କାରବାର କରିଛି। ପୂର୍ବ ବର୍ଷ ୨୦୨୩-୨୪ରେ ୮୫୫ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଗତ ବର୍ଷ ୧୦୨୮ କୋଟି ଟଙ୍କାର ବିକ୍ରି ହୋଇଥିଲା, ଯାହା ୧୭୦ କୋଟି ଟଙ୍କା ଅଧିକ।