FeaturedLatestNewsPolitics

ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥରାଇଟିସ୍ ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥରାଇଟିସ୍ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଗତକାଲି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ସ୍ଥିର ଅଛନ୍ତି ବୋଲି ଡାକ୍ତରୀ ସୂତ୍ରରୁ ଜଣାଯାଇଛି।

ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ଜଣାଇଛନ୍ତି ଯେ, ଅସ୍ତ୍ରୋପଚାର ପରେ ନବୀନ ଭଲ ଭାବରେ କଥା ହେଉଛନ୍ତି ଏବଂ ତାଙ୍କୁ ୪୮ ଘଣ୍ଟା ଅବସରବେଶନରେ ରଖାଯିବ। ସ୍ପାଇନ ସ୍ପେସିଆଲିଷ୍ଟ ଡାକ୍ତର ରାଜଶେଖର ଏହି ଅସ୍ତ୍ରୋପଚାର କରିଥିଲେ, ଯାହାକି ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ଆଗାମୀ ୫ରୁ ୭ ଦିନ ମଧ୍ୟରେ ତାଙ୍କ ଷ୍ଟିଚ୍ ଖୋଲାଯିବ।

ଅସ୍ତ୍ରୋପଚାର ପୂର୍ବରୁ ଓଡିଶା ଏବଂ ଦିଲ୍ଲୀରେ ନବୀନଙ୍କ ସୁସ୍ଥତା ପାଇଁ ବିଭିନ୍ନ ପୂଜା ଓ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ରାମ ମନ୍ଦିର ଏବଂ ପୁରୀ ଶ୍ରୀମନ୍ଦିରରେ ଦୀପଦାନ କରାଯାଇଥିଲା। ବିଭିନ୍ନ ରାଜନୈତିକ ନେତା, କର୍ମୀ ଏବଂ ସାଧାରଣ ଲୋକେ ନବୀନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଅସ୍ତ୍ରୋପଚାର ସମୟରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ। ତାଙ୍କର ରାଜନୈତିକ ସମର୍ଥକମାନେ ମଧ୍ୟ ହସ୍ପିଟାଲ୍ରେ ତାଙ୍କୁ ଘେରି ରହିଥିଲେ। ନବୀନଙ୍କ ଦୀର୍ଘକାଳୀନ ସେବା ଓ ଓଡିଶାର ବିକାଶରେ ଅବଦାନକୁ ସ୍ମରଣ କରି ରାଜ୍ୟବାସୀ ତାଙ୍କ ପ୍ରତି ଆଦର ଓ ଶ୍ରଦ୍ଧା ପ୍ରକାଶ କରିଛନ୍ତି।

ଡାକ୍ତରୀ ପରାମର୍ଶ ଅନୁଯାୟୀ, ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାର ଆଶା ରହିଛି।