EducationFeaturedLatestNews

ଜୁନ୍ ୩୦ରୁ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆୟୋଜିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୩୦ ଜୁନ୍‌ରୁ ଆରମ୍ଭ ହେବ। ଚଳିତ ବାର୍ଷିକ ପରୀକ୍ଷାରେ ଅନୁତ୍ତୀର୍ଣ୍ଣ ବା ଅନୁପସ୍ଥିତ ରହିଥିବା ୩,୨୩୨ ଜଣ ଛାତ୍ରଛାତ୍ରୀ ଏଥିପାଇଁ ନାମାଙ୍କନ କରିଥିଲେ। ସେମାନଙ୍କ ପାଇଁ ୯୮ଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ ହୋଇଛି। ପରୀକ୍ଷା ୩୦ ଜୁନ୍‌ରୁ ଆରମ୍ଭ ହୋଇ ୧୦ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

ଅନ୍ୟପକ୍ଷରେ, ଓଡ଼ିଶା ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପାଇଁ ୧୦୩ଟି କେନ୍ଦ୍ର ଘୋଷିତ ହୋଇଛି। ଏହି ପରୀକ୍ଷାରେ ୧୦,୮୦୯ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ।

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଜଣାଇଛନ୍ତି ଯେ, ଉଭୟ ପରୀକ୍ଷାର ପ୍ରବେଶପତ୍ର ବୋର୍ଡର ଆଧିକାରିକ ୱେବସାଇଟ୍ରେ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ତାହା ଡାଉନଲୋଡ୍ କରି ନିଜ ପରୀକ୍ଷା କେନ୍ଦ୍ର ଓ ସମୟ ଯାଞ୍ଚ କରିପାରିବେ।