ମୟୁରଭଞ୍ଜରେ ବ୍ୟାଙ୍କ୍ ଲୁଟ୍: ବନ୍ଧୁକ ମୁନରେ ଲୁଟି ନେଲେ ୯ ଲକ୍ଷ ଟଙ୍କା
ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୁଚେଇ ଶାଖାରେ ମଙ୍ଗଳବାର ଦିନ ହଠାତ୍ ଲୁଣ୍ଠନ ଘଟିଛି । ପ୍ରାୟ ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କର କ୍ୟାସ୍ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ।
ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଦୁର୍ବୃତ୍ତମାନେ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ । ସେମାନେ କ୍ୟାସ୍ କାଉଣ୍ଟରରୁ ୮ରୁ ୯ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୁଣ୍ଠନକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି । ସେମାନଙ୍କ ପରିଚୟ ଏବଂ ଅନ୍ୟ ସମ୍ପର୍କିତ ସୂଚନା ଅନୁସନ୍ଧାନ ଚାଲିଛି । ବ୍ୟାଙ୍କ୍ ପ୍ରଶାସନ ମଧ୍ୟ ଘଟଣାର ବିସ୍ତୃତ ତଥ୍ୟ ପୋଲିସକୁ ଦେଇଛି ।