ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା
ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜି ବିଜେଡିର ବରିଷ୍ଠ ନେତାମାନେ ତାଙ୍କୁ ଭେଟି ସ୍ୱାସ୍ଥ୍ୟ ଖବର ନେଇଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ବିଧାୟକ ସଂଜୀବ ମଲ୍ଲିକ, ସୁଶାନ୍ତ ରାଉତ, ବିଶ୍ୱ ରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏବଂ ପ୍ରଣବ ବଳବନ୍ତରାୟ ଆଦି ଏହି ଭେଟରେ ଉପସ୍ଥିତ ଥିଲେ ।
ଏହି ସମୟରେ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଏବଂ ଚିକିତ୍ସା ଦଳ ସହିତ ମଧ୍ୟ ଆଲୋଚନା ହୋଇଛି । ବିଜେଡିର ଉପସଭାପତି ଏବଂ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଂଜୟ କୁମାର ଦାସବର୍ମା କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଶୀଘ୍ର ସୁସ୍ଥ ହୋଇ ଜୁଲାଇ ମାସର ପ୍ରଥମ ସପ୍ତାହରେ ଓଡିଶା ଫେରିବେ ।