୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଆକାଉଣ୍ଟାଣ୍ଟ
ଜଗତସିଂହପୁର (ସଂକେତ ଟିଭି): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡରେ ଧରିଛି। ଶିକ୍ଷକମାନଙ୍କଠାରୁ ହାଉସ୍ ବିଲ୍ଡିଂ ଲୋନ୍ ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗ ରହିଥିଲା।
ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତ ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ କରିଛି। ଏହି ଘଟଣା ସହିତ କୁଜଙ୍ଗ ବିଇଓ ଅଫିସ ଏବଂ ଜଗତସିଂହପୁରର ଅଳସୁଧାରେ ଥିବା ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ତଲାସୀ କରିଛି।
ଏହି କାର୍ଯ୍ୟାନୁଷ୍ଠାନରେ ଜଗତସିଂହପୁର ଏବଂ କଟକ ଭିଜିଲାନ୍ସ ଟିମ୍ ଯୋଗଦାନ କରିଥିଲେ। ଅଭିଯୁକ୍ତ ଅଧିକାରୀ ବିରୁଦ୍ଧରେ ଆଗରୁ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ରହିଥିବାରୁ ଭିଜିଲାନ୍ସ ନଜରରେ ଥିଲା। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ ଆଗାମୀ କାର୍ଯ୍ୟପଦ୍ଧତି ପାଇଁ ତଦନ୍ତ ଚାଲିଛି।