FeaturedLatestNews

ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ନବୀନ, ଇନଷ୍ଟାରେ ସେୟାର କଲେ ପାଣ୍ଡିଆନ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗୁରୁବାର ଦିନ ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆଜି ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ପାଣ୍ଡିଆନ ଶେୟାର କରିଛନ୍ତି। ଗତକାଲି ନବୀନ ଏହି ଭିଡିଓ ଜାରି କରି କହିଥିଲେ, “ଜୟ ଜଗନ୍ନାଥ” ଏବଂ ସମସ୍ତଙ୍କୁ ଏହି ପବିତ୍ର ଉତ୍ସବରେ ଆନନ୍ଦ ଓ ସମୃଦ୍ଧି କାମନା କରିଛନ୍ତି। ତାଙ୍କ ଏହି ଶୁଭେଚ୍ଛା ତାଙ୍କ ସୁସ୍ଥତାର ସୂଚନା ଦେଇଛି ଏବଂ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି।

ଅନ୍ୟ ଏକ ଘଟଣାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାତିରେ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରାପଚାରି କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଶୀଘ୍ର ଓ ପୂର୍ଣ୍ଣ ସୁସ୍ଥ ହେବାକୁ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖ୍ୟ ଯେ, ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସ୍ ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଜୁନ ୨୨ରେ ହୋଇଥିବା ଏହି ଅପରେଶନ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ସେ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ସଙ୍କେତ ଦେଉଛି।