FeaturedLatestNews

କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର

ଭୁବନେଶ୍ବର (ସଂକେତ ଟିଭି): ଧାନ କିଣା ଅବଧି ସରିଥିଲେ ବି ସରକାର ସମସ୍ତ ଟୋକନରୁ ଧାନ କିଣିବେ ବୋଲି କୃଷି ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜଣାଇଛନ୍ତି। ତେବେ, ଯେଉଁମାନେ ଏଯାଏଁ ଧାନ ବିକ୍ରି କରିନାହାଁନ୍ତି, ସେମାନଙ୍କୁ ଆଜି ଆଖି ସ୍କାନ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଚାଷୀମାନେ ଆଖି ସ୍କାନ କରିଥାନ୍ତି, ତେବେ ପରବର୍ତ୍ତୀ ସମୟରେ ମଧ୍ୟ ସରକାର ସେମାନଙ୍କ ଧାନ କିଣିବେ ବୋଲି ସ୍ପଷ୍ଟ କରାଯାଇଛି।

ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ଛତିଶଗଡ଼ରୁ ଧାନ ଓଡ଼ିଶାକୁ ଆସୁଥିବା ହେତୁ ଧାନର ପରିମାଣ ବୃଦ୍ଧି ପାଇଛି। ସରକାର ପ୍ରତି କ୍ୱିଣ୍ଟାଲ ଧାନ ପାଇଁ ୩୧୦୦ ଟଙ୍କା ଦେଉଥିବାରୁ ବାହାର ରାଜ୍ୟକୁ ଯାଉଥିବା ଧାନ ଓଡ଼ିଶାରେ ରହିଯାଉଛି। ଏହାର ଫଳସ୍ୱରୂପ, ଚଳିତ ରବି ମୌସୁମରେ ପ୍ରାୟ ୧୯ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇସାରିଛି, ଯାହା ଗତ ବର୍ଷ ଅପେକ୍ଷା ୭ ଲକ୍ଷ ମେଟ୍ରିକ ଟନ ଅଧିକ।

ସରକାର ନିଶ୍ଚିତ କରିଛନ୍ତି ଯେ ପ୍ରତ୍ୟେକ ଚାଷୀଙ୍କ ଧାନ କିଣାଯିବ ଏବଂ କୌଣସି ଟୋକନ ଲାପ୍ସ ହେବ ନାହିଁ। ଏହି ନୀତି ଚାଷୀମାନଙ୍କ ପାଇଁ ଉପକାରୀ ହୋଇଥିବା ବେଳେ ଓଡ଼ିଶାରେ ଧାନ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି।