ଲାଗିଲା ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ନିଖୋଜ ହେବା ନେଇ ପୋଷ୍ଟର
ପୁରୀ (ସଂକେତ ଟିଭି): ରଥଯାତ୍ରା ଦିନ ପୁରୀରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ସାଂସଦ ସମ୍ବିତ ପାତ୍ର ଏବେ ନିଖୋଜ ହୋଇଥିବା ଆଳରେ ପୁରୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ “ସାଂସଦ ପୁରୀ, ନିଖୋଜ” ବୋଲି ଲେଖାଯାଇଛି, ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
ଗତ ରଥଯାତ୍ରା ସମୟରେ ସମ୍ବିତ ପାତ୍ର ପୁରୀରେ ସମ୍ପୂର୍ଣ୍ଣ ସକ୍ରିୟ ଥିଲେ । ମହାପ୍ରଭୁଙ୍କ ପହଣ୍ଡି ଠାରୁ ଆରମ୍ଭ କରି ରଥଟଣା, ଶ୍ରଦ୍ଧାଳୁଙ୍କ ସହ କଥାବାର୍ତ୍ତା, ସେଲ୍ଫି ତୋଳା, ଏବଂ ସେବାୟତ ଓ କଳାକାରଙ୍କୁ ଧନ୍ୟବାଦ ଦେବା ପର୍ଯ୍ୟନ୍ତ ସେ ଉପସ୍ଥିତ ଥିଲେ । ମାତ୍ର, ଶରଧାବାଲି ଦଳାଚକଟା ଘଟଣା ପରଠାରୁ ତାଙ୍କୁ ପୁରୀରେ ଦେଖାଯାଉନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହି ପରିସ୍ଥିତିରେ ପୁରୀରେ ଲାଗିଥିବା ପୋଷ୍ଟର ସମ୍ବିତ ପାତ୍ରଙ୍କ ଅନୁପସ୍ଥିତିକୁ ଲକ୍ଷ୍ୟ କରି ତୀଖ୍ସ ଟିପ୍ପଣୀ କରୁଛି । ସୋସିଆଲ ମିଡିଆରେ ଏହି ଘଟଣା ନେଇ ଉପଯୋଗୀମାନେ ସରକାର ଏବଂ ସାଂସଦଙ୍କୁ ଲକ୍ଷ୍ୟ କରି ସମାଲୋଚନା କରୁଛନ୍ତି । କେତେକ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କହୁଛନ୍ତି, ଆଉ କେତେକ ଏହାକୁ ଜନସାଧାରଣଙ୍କ ଅସନ୍ତୋଷର ପ୍ରତୀକ ବୋଲି ମତ ଦେଉଛନ୍ତି ।
ସାଂସଦଙ୍କ ନିଖୋଜ ହେବା ବିଷୟରେ କୌଣସି ସରକାରୀ ବିବୃତି ମିଳିନାହିଁ । ତାଙ୍କ ରାଜନୈତିକ ଦଳ କିମ୍ବା ବ୍ୟକ୍ତିଗତ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଫଳରେ, ଏହି ଘଟଣା ନେଇ ଅନେକ ତର୍କ-ତଥ୍ୟ ଚାଲିଛି ।