ବଦଳାଗଲା ସଂସଦର ମୌସୁମୀ ଅଧିବେଶନର ତାରିଖ
ନୂଆଦିଲ୍ଲୀ(ସଂକେତ ଟିଭି): ସ୍ୱାଧୀନତା ଦିବସ (ଅଗଷ୍ଟ ୧୫)କୁ ଦୃଷ୍ଟିରେ ରଖି ସଂସଦର ମୌସୁମୀ ଅଧିବେଶନର ତାରିଖ ବଦଳାଯାଇଛି। ପ୍ରଥମେ ଜୁଲାଇ ୨୧ରୁ ଅଗଷ୍ଟ ୧୨ ମଧ୍ୟରେ ଅଧିବେଶନ ବସିବାର ନିର୍ଣ୍ଣୟ ଥିଲା। ମାତ୍ର ଅଗଷ୍ଟ ୧୩ ଓ ୧୪ ତାରିଖରେ ସ୍ୱାଧୀନତା ଦିବସ ଉପଲକ୍ଷେ କୌଣସି ବୈଠକ ନହେବାରୁ ଏହି ସମୟସୀମା ବଦଳାଯାଇ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ପୋଷ୍ଟ କରି ଜଣାଇଛନ୍ତି।
ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ (ଅଗଷ୍ଟ ୧୫) ପୂର୍ବରୁ ସମାପ୍ତ ହୋଇଥାଏ। ହେଲେ ଏଥର ଅଧିବେଶନ ଅଗଷ୍ଟ ୧୫ ପରେ ମଧ୍ୟ ଜାରି ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂତନ ତାରିଖକୁ ଅନୁମୋଦନ ଦେଇଛନ୍ତି। ଏହି ଅଧିବେଶନ ଜୁଲାଇ ୨୧ରେ ଆରମ୍ଭ ହୋଇ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଏବଂ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ।
ଏଥର ସଂସଦର ମୌସୁମୀ ଅଧିବେଶନ ଅଧିକ ରଂଗୀନ ହୋଇପାରେ। ପହଲଗାମ୍ ଆକ୍ରମଣ, ଅପରେସନ ସିନ୍ଦୂ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଏବଂ ଦିଲ୍ଲୀରୁ ୬.୨ ଲକ୍ଷ ପୁରାତନ ଯାନ ହଟାଇବା ଭଳି ବିବାଦୀୟ ବିଷୟଗୁଡ଼ିକ ଉଠିପାରେ। ଏହାକୁ ନେଇ ଗୃହରେ ଜୋରଦାର ଆଲୋଚନା ହେବା ସମ୍ଭାବନା ରହିଛି।