FeaturedLatestNews

ତେଲେଙ୍ଗାନା ବିଷ୍ପୋରଣ : ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ଵର :(ସଂକେତ ଟିଭି)ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଗତ ମାସ ୩୦ ତାରିଖରେ ଘଟିଥିବା ଏକ ଔଷଧ କାରଖାନା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୮ ଜଣ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଘୋଷଣା କରିଛନ୍ତି।

ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକମାନେ ହେଲେ:

ରାଜନାଲା ଜଗନ୍ ମୋହନ (ଛତ୍ରପୁର, ଗଂଜାମ)

ଲଗ୍ନଜିତ ଦୁଆରି (ପାଇକରାପୁର, ତିଗିରିଆ, କଟକ)

ମନୋଜ ରାଉତ (ପାର୍ବତୀପୁର, ସିମୁଳିଆ, ବାଲେଶ୍ବର)

ଦୋଳ ଗୋବିନ୍ଦ ସାହୁ (ଏରବଙ୍କ, ଧର୍ମଶାଳା, ଯାଜପୁର)

ଚଇତୁ ଭତ୍ରା (ନବରଂଗପୁର)

ରମେଶ ଗୌଡ଼ (ନବରଂଗପୁର)

ସିଦ୍ଧାର୍ଥ ଗୌଡ଼ (ମହାନନ୍ଦପୁର, ଗଂଜାମ)

ପ୍ରଶାନ୍ତ ମହାପାତ୍ର (ବ୍ରହ୍ମପୁର, ଗଂଜାମ)

ଗତ ମାସ ୩୦ ତାରିଖ ପୂର୍ବାହ୍ନ ୯ଟାରେ ସଙ୍ଗାରେଡ୍ଡି ଜିଲ୍ଲାର ଏକ ଔଷଧ କାରଖାନାରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ପ୍ରାୟ ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ମୃତ ଶ୍ରମିକମାନଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ଥିଲେ।

ଏହି ଦୁଃଖଦ ଘଟଣା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମାଝୀ ଅତିରିକ୍ତ ସାହାଯ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।