ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନିନ୍ଦା କଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର (ସଂକେତ୍ ଟିଭି) ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କୌଣସି ଅପରାଧ କରି ନାହାଁନ୍ତି ଏବଂ ସେ ଘଟଣାସ୍ଥଳୀରେ ଉପସ୍ଥିତ ମଧ୍ୟ ନଥିଲେ।
ଜୟନାରାୟଣ ମିଶ୍ର କହିଛନ୍ତି, “ଜଗନ୍ନାଥ ପ୍ରଧାନ କୌଣସି ଷଡଯନ୍ତ୍ରରେ ଜଡିତ ନଥିଲେ। ଅତିରିକ୍ତ କମିସନରଙ୍କ ଚରିତ୍ର ବିଷୟରେ ମହିଳା ଓଏଏସ ଅଧିକାରୀଙ୍କ ଦ୍ୱାରା ମତ୍ୱ ଦିଆଯାଇସାରିଛି। ଅନେକ ଅଧିକାରୀଙ୍କୁ ବିଜେଡିର ଦବାଣ ସହ୍ୟ କରିବାକୁ ହେଉନାହିଁ।”
ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ଉଦ୍ଧୃତି ଦେଇ କହିଛନ୍ତି, “ବିଜୁ ବାବୁ କହିଥିଲେ ଯେ ଯେଉଁ ଅଧିକାରୀ କାମ କରୁନାହାଁନ୍ତି ତାଙ୍କୁ ମାର୍ଜିନା ଦେବା ଉଚିତ। ଆମେ ତାଙ୍କର ଶିକ୍ଷାକୁ ଅନୁସରଣ କରୁଛୁ। ମାତ୍ର ଜଗନ୍ନାଥଙ୍କ ଗିରଫକୁ ମୁଁ ସମର୍ଥନ କରୁନି, କାରଣ ସେ ଘଟଣାରେ ଜଡିତ ନଥିଲେ।”
ଅନ୍ୟପଟେ, ବ୍ୟାସନଗର ଘଟଣା ପ୍ରସଙ୍ଗରେ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଅଧିକାରୀମାନେ ଜନତାଙ୍କ ସହିତ ସହଯୋଗ କରିବା ଉଚିତ। “ଲୋକଙ୍କ ସମସ୍ୟା ସହିତ ରହିବା ଅଧିକାରୀମାନଙ୍କ ଦାୟିତ୍ୱ। ଯଦି ସେମାନେ ଏହା ନକରନ୍ତି, ତେବେ ଲୋକଙ୍କ ରୋଷ ପ୍ରକାଶ ହେବା ସ୍ୱାଭାବିକ। ଆମେ ଜନପ୍ରତିନିଧି ଭାବରେ ଅନେକ ସ୍ଥାନ ପରିଦର୍ଶନ କରୁ, ମାତ୍ର ଲୋକେ ଆମପ୍ରତି ଖରାପ ଆଚରଣ କରୁନାହାଁନ୍ତି।”
ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ ବିଜେଡିର ଅରୁଣ ସାହୁ, ପ୍ରତାପ ଜେନା ଏବଂ ଦିବ୍ୟ ଶଙ୍କର ମିଶ୍ର ହତ୍ୟା ମାମଲାରେ ସଂପୃକ୍ତ ଥିବା ସତ୍ତ୍ୱେ ସେମାନଙ୍କୁ କାହିଁକି ଗିରଫ କରାଯାଇନାହିଁ।