EducationFeaturedLatestNews

ସମସ୍ତ ଶିକ୍ଷାନୁଷ୍ଠାନରେ ଆଇସିସି କମିଟି ଗଠନ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ୱର ଏଫଏମ କଲେଜରେ ଏକ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀ ସୁରକ୍ଷା ଓ ଶିକ୍ଷାବାତାବରଣ ସୁଧାରିବା ପାଇଁ ଓଡିଶା ଗଣଶିକ୍ଷା ବିଭାଗ କଠୋର ପଦକ୍ଷେପ ନେଇଛି। ସ୍କୁଲ ଓ କଲେଜଗୁଡ଼ିକରେ ଆଇସିସି (ଇଣ୍ଟରନାଲ୍ କମ୍ପ୍ଲାଇଣ୍ଟ୍ କମିଟି) କମିଟି ଗଠନ କରି ଏହାକୁ ନିୟମିତ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ କିଛି ଦିନରେ ବାଲେଶ୍ୱର ଘଟଣା ପରେ ଶିକ୍ଷା ବିଭାଗ ସଜାଗ ହୋଇଛି। ଛାତ୍ରଛାତ୍ରୀଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ହେଲ୍ପଲାଇନ୍ ନମ୍ବର, ଲିଙ୍ଗଗତ ସମାନତା ଶିକ୍ଷା, ଓ ମହିଳା କର୍ମଚାରୀଙ୍କ ଉପସ୍ଥିତି ଆଦି ବାଧ୍ୟତାମୂଳକ କରାଯିବ। ପୂର୍ବରୁ ୨୪ ଘଣ୍ଟାର ମଧ୍ୟରେ କଲେଜଗୁଡ଼ିକରେ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ଘଟଣା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବାଲେଶ୍ୱର ବନ୍ଦ ପରେ ଆଜି ସାରା ଓଡିଶାରେ ବନ୍ଦ ଡାକରା ଦିଆଯାଇଛି। ଛାତ୍ରୀଙ୍କ ନ୍ୟାୟ ପାଇଁ ରାଜପଥରେ ଆନ୍ଦୋଳନ ତୀବ୍ର ହୋଇଛି।

ଶିକ୍ଷା ବିଭାଗ ଏବେ ଯୌନ ଉତ୍ପୀଡ଼ନ ରୋକଥାନ, ମାନସିକ ସ୍ବାସ୍ଥ୍ୟ ଜାଗରୁକତା କାର୍ଯ୍ୟଶାଳା, ଓ ନିରାପତ୍ତା ପଦକ୍ଷେପକୁ ଗୁରୁତ୍ଵ ଦେଉଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ନିୟମଗୁଡ଼ିକ ଶୀଘ୍ର ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।