FeaturedLatestSports

ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ ଦ୍ରାଭିଡ୍

ନୂଆଦିଲ୍ଲୀ (ସଂକେତ୍ ଟିଭି)ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ରାଜସ୍ଥାନ ରୟାଲ୍ସର ଖରାପ ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଇସ୍ତଫା ଦେଇଥିବାଖବର ସାମନାକୁ ଆସିଛି। ଶନିବାର ଦିନ ଜୟପୁର ଭିତ୍ତିକ ଫ୍ରାଞ୍ଚାଇଜି ଏହି ଘୋଷଣା କରିଛି। ଦଳଟି ଖରାପ ପ୍ରଦର୍ଶନ କରିବା ହେତୁରୁ ଦ୍ରାବିଡଙ୍କ ଏଭଳି ନିଷ୍ପତ୍ତି ନେବା ବିଷୟରେ ଜଣାଯାଇଛି।

ଗତ ବର୍ଷ ଭାରତୀୟ ଜାତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। କିନ୍ତୁ ବିଶ୍ଵର ସର୍ବାଧିକ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲର ୨୦୨୫ ସଂସ୍କରଣରେ ଦଳଟି ଭଲ ପ୍ରଦର୍ଶନ କରିପାରିନଥିଲା। ତାଙ୍କ ମାର୍ଗଦର୍ଶନରେ ରୟାଲ୍ସ ୧୪ଟି ମ୍ୟାଚ୍ ମଧ୍ୟରୁ କେବଳ ୪ଟିରେ ବିଜୟୀ ହୋଇପାରିଥିଲା ଏବଂ ଲିଗ୍ ଟେବୁଲରେ ସେମାନେ ନବମ ସ୍ଥାନରେ ରହିଥିଲେ।

ରାହୁଲ ଦ୍ରାବିଡ଼ ହେଉଛନ୍ତି ଆଇପିଏଲ ୨୦୨୬ର ମେଗା ନିଲାମ ପୂର୍ବରୁ ଫ୍ରାଞ୍ଚାଇଜି ଛାଡିଥିବା ଦ୍ୱିତୀୟ ମୁଖ୍ୟ ପ୍ରଶିକ୍ଷକ। ଏହାର ପୂର୍ବରୁ ଗତ ମାସରେ ଚନ୍ଦ୍ରକାନ୍ତ ପଣ୍ଡିତ କୋଲକାତା ନାଇଟ୍ ରାଇଡର୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ପଦବୀ ଛାଡିଥିଲେ। ୨୦୨୩ ଆଇପିଏଲ୍ ପୂର୍ବରୁ କେକେଆରର ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ପଣ୍ଡିତ ୨୦୨୪ ମସିହାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ୍ ଜିତିଥିଲେ। ଆଶିଷ ନେହେରାଙ୍କ ପରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ୍ ଜିତିଥିବା ଦ୍ୱିତୀୟ ଭାରତୀୟ ଅଟନ୍ତି।